ଅନୁଗୋଳ ଜିଲ୍ଲା ପାଳଲହଡା ଦ୍ୱିତୀୟ ଚିଲିକା ଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରବିବାର ଦିନ ପାଳଲହଡ଼ା ବ୍ଲକ ଖମାର ଗୋଷ୍ଠୀସ୍ୱାସ୍ଥ୍ୟର କର୍ମଚାରୀ ମାନେ ଦ୍ଵିତୀୟ ଚିଲିକା ଠାରେ ଭୋଜି କରୁଥିଲେ। ପାଳଲହଡା ବ୍ଳକ୍ ଅର୍ଗସ ଟିଭି ସାମ୍ୱାଦିକ ହରିଶ ଦାସ ଖବର ସଂଗ୍ରହ ପାଇଁ ଦିତୀୟ ଚିଲିକା ଠାରେ ପହଞ୍ଚି ଫଟୋ ଉତ୍ତୋଳନ କରୁଥିବା ସମୟରେ ସେଠାରେ ଭୋଜି କରୁଥିବା ଖମାର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶଶିକାନ୍ତ ବେହେରାଙ୍କ ନିର୍ଦେଶ କ୍ରମେ ଭୋଜି କରୁଥିବା ଖମାର ସ୍ବାସ୍ଥ୍ୟ କେନ୍ଦ୍ର କର୍ମ ଚାରି ମାନେ ସମ୍ବାଦିକ ହରିଶ ଦାସଙ୍କୁ ଗାଳି ଗୁଲଜ କରି ଫଟୋ ଡିଲେଟ କର କହି ମୋବାଇଲ ଛଡ଼ାଇ ନେଇ ଯାଇଥିଲେ।ଖବର ପାଇ ସ୍ଥାନୀୟ ପାଳଲହଡା ପୋଲିସ ପହଞ୍ଚି ବୁଝା ସୂଝା କରିଥିଲେ ମାତ୍ର କିଛି ସମାଧାନ ହୋଇପାରି ନ ଥିଲା।
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଧମକ ନେଇ ପାଳଲହଡ଼ା ଅର୍ଗସ୍ ଟିଭି ସାମ୍ୱାଦିକ ହରିଶ ଦାସ ନ୍ୟାୟ ପାଇଁ ପାଳଲହଡା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଘଟଣାକୁ ନେଇ ପାଳଲହଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ପାଳଲହଡ଼ାରୁ ସତ୍ୟ ପ୍ରକାଶ ସାହୁଙ୍କ ରିପୋର୍ଟ ଅନୁଗୋଳ ଏକ୍ସପ୍ରେସ
ଦ୍ଵିତୀୟ ଚିଲିକାରେ ସମ୍ବାଦିକଙ୍କୁ ଆକ୍ରମଣଥାନାରେ ଅଭିଯୋଗ।
