• Thu. Feb 26th, 2026

ପ୍ରଦୂଷଣରେ ଦିଲ୍ଲୀଠୁ ଟପିଲା ତାଳଚେର ।୩୩୨ ଏକ୍ୟୁଆଇ ସହ ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର ।

ByAngul Express

Jan 6, 2026
Oplus_16908288

ଦିନକୁ ଦିନ ତାଳଚେର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ପକ୍ଷରୁ ତାଳଚେର ସହର ପାଇଁ ଏକ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ତାଳଚେର ପୌରପାଳିକାର ନିର୍ମାଣ କାର୍ଯ୍ୟ ସନ୍ଧ୍ୟା ୬ଟାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ପୌର ପାଳିକା ସୀମାନ୍ତ ମଧ୍ୟରେ କୌଣସି ଘର ଭଙ୍ଗା କିମ୍ବା ମାଟି କାର୍ଯ୍ୟ ନିର୍ମାଣକୁ ନିଷିଦ୍ଧ କରାଯାଇଛି। ପୌରପାଳିକା, ଜାତୀୟ ରାଜପଥ ଏବଂ ଖଣି କର୍ତ୍ତୃପକ୍ଷ ଜାତୀୟ ରାଜ ପଥ ଉପରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ କରିବାକୁ ନିର୍ଦେଶ ଜାରି ହୋଇଛି। ଅନ୍ୟ ପଟେ ତାଳଚେର ସହର ଭିତରକୁ ଭାରିଯାନ ଟ୍ରକ ପ୍ରବେଶ ସମ୍ପୁର୍ଣ୍ଣ ନିସେଧ ସହିତ ଖୋଲା ମେଲା ସ୍ଥାନରେ ଅଳିଆ ଆବର୍ଜନା ଏବଂ ବିଭିନ୍ନ ହୋଟେଲ ଓ ଢ଼ାବା ଗୁଡ଼ିକରେ କୋଇଲା ଚୁଲାରେ ରୋଷେଇ କରିବା ଏବଂ ଖୋଲା ସ୍ଥାନରେ ‌କୋଇଲା ନିଆଁ ଲଗାଇବା ଉପରେ ସମ୍ପୁର୍ଣ୍ଣ ନି‌େଷଧ କରାଯାଇଛି। ଅନ୍ୟପଟେ ତାଳେଚେର ଉପଖଣ୍ଡ ଅଧିକାରୀ ଏବଂ ତାଳଚେର ଆଞ୍ଚଳିତ ପରିବହନ ଅଧିକାରୀ ଦିନରେ ସମସ୍ତ କୋଇଲା ଏବଂ ପାଉଁଶ ଟ୍ରକ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଜାତୀୟ ରାଜପଥ ୧୪୯ ନମ୍ବରରେ କୌଣସି ଟ୍ରକ ବିନା ପାଲ ଭିଡ଼ାରେ ଯାତାୟତ କରି ପାରିବେ ନାହିଁ ବୋଲି ନି‌ର୍ଦେଶ ଦେଇଛନ୍ତି। ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଜାରୀ ରହିଥିବାରୁ ନିର୍ମାଣ କରୁଥିବା ସଂସ୍ଥା ନିର୍ମାଣ ସ୍ଥାନରେ ପାଣି ସିଞ୍ଚନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଜରୁରୀ କାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭା‌ରତୀୟ ନ୍ୟାୟ ସଂହିତାର ଧାରା ୧୬୩(୨) ଅନୁଯାୟୀ ଆଗାମି ୭ ଦିନ ପାଇଁ ଏହି ନିୟମ ବଳବତର ରହିବାକୁ ନିର୍ଦେଶ ଦିଆ ଯାଇଛି। ପୁଲିସ୍‌ ସହିତ ପୌରପାଳିକା ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଓ ସମସ୍ତ କାର୍ଯ୍ୟ ନିର୍ବାହୀ ସଂସ୍ଥା ଏହି ନିୟମକୁ କଡ଼ାକଡ଼ିଭାବେ ପାଳନକ କରିବାକୁ ତାଳଚେର ଉପଖଣ୍ଡ ଅଧିକାରୀ ପ୍ରତ୍ୟେକ ଦିନ ତଦାରଖ କରିବା ସହିତ ଏହାର ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବାକୁ ଅନୁଗୁଳ ଜିଲ୍ଲାପାଳ ବିଜ୍ଞପ୍ତି ମାଧ୍ୟମରେ ନିର୍ଦେଶ ଜାରି କରିଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *