ଅନୁଗୋଳ: କଟକ ରିଜର୍ଭ ପୋଲିସ ପଡିଆ ରେ ଆୟୋଜିତ ୭୧ ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ
ବିଜୟୀ ହୋଇଥିବା ଅନୁଗୁଳ ଆଥଲେଟ ମାନଙ୍କୁ ଜିଲ୍ଲାପାଳ ଅବ୍ଦାଲ୍ ଅଖତର୍ ପ୍ରଶଂସା ପତ୍ର, ଟ୍ରାକ ସୁଟ ଦେବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସ୍ଵାଧୀନ ମାଝୀ ଉଚ୍ଚ ଡିଆଁ ରେ ମିଟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ ଜିଲ୍ଲାପାଳ।ଏହି ପ୍ରତିଯୋଗିତାରେ
ଦୁଷ୍ମନ୍ତ ପ୍ରଧାନ ୨୩ ବର୍ଷରୁ କମ ୧୦ କିମି ଦୃତ ଚାଲି ,ପ୍ରିୟବ୍ରତ ପ୍ରଧାନ ପୁରୁଷ ଜାଭେଲିନ୍ ଓ ଡୁମାଣି ହାଁସଦା ୧୬ ବର୍ଷରୁ କମ ୬୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।ସେହିପରି ରାଜଲକ୍ଷ୍ମୀ ବେହେରା ୧୬ ବର୍ଷରୁ କମ ଜାଭେଲିନ ରେ ରୌପ୍ୟ ଏବଂ
ପ୍ରଦୀପ ଗଡ଼ନାୟକ ୨୩ ବର୍ଷରୁ କମ ୫ କିମି ଦୌଡ଼ ରେ ବ୍ରୋଞ୍ଜ
ପଦକ ହାସଲ କରିଥିଲେ। ମ୍ରିଗାଙ୍କ
ଶେଖର ନାହାକ ୧୨ ବର୍ଷରୁ କମ ୩୦୦୦ ମିଟର ଦୌଡ କୁ ୧୨.୫ ମି ରେ ସମ୍ପୂର୍ଣ କରିଥିବାରୁ ତାଙ୍କୁ ସ୍ଵତନ୍ତ୍ର ରୂପେ ପୁରସ୍କୃତ କରାଯାଇଥିଲା ।ସରସ୍ଵତୀ ଖୁଣ୍ଟିଆ ୬ କିମି କ୍ରସ କନଟ୍ରୀ ରାଜ୍ୟ ସ୍ତରୀୟ ଦୌଡ଼ ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ମଧ୍ୟ
ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଥିଲେ।ନୀଳମଣି ଦାସ ଙ୍କୁ ଜିଲ୍ଲା କ୍ରୀଡା କ୍ଷେତ୍ର ରେ ବିଶେଷ ଅବଦାନ ପାଇଁ
ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା କ୍ରୀଡା ସଂସଦ ର ସାଧାରଣ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସୀଠ,ସଂସଦ ର ବରିଷ୍ଠ ସଦସ୍ୟ କିଶୋର କର,ପ୍ରଦୀପ ଦେବତା,ରୁଚିର ଦାସ,ରମେଶ ସାହୁ,ବସନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଡ଼ା ଗୌର ଗୋବିନ୍ଦ ସାମନ୍ତ
ସାଧାରଣ ସମ୍ପାଦକ
ଜିଲ୍ଲା କ୍ରୀଡା ସଂସଦ,ଅନୁଗୁଳ
