ଅନୁଗୁଳ ହେମସୁରପଡ଼ା ମହାଦେବ ମନ୍ଦିର ପରିସରରେ ମା ବାସନ୍ତୀ ଦୁର୍ଗା ପୂଜା କମିଟି,ଅମଲାପଡ଼ା ର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା. କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ଏବଂ ଚଳିତ ବର୍ଷର ପୂଜାକୁ କିଭଳି ସରସ ସୁନ୍ଦର ଓ ଆକଶ୍ରିତ କରାଯିବ ସେଥିନେଇ ଆଲୋଚନା ହୋଇଥିଲା ଚଳିତ ବର୍ଷ ମାର୍ଚ୍ଚ ମାସ 24 ତାରିଖରୁ ପୂଜା ଆରମ୍ଭ ହବ। ବାସନ୍ତୀ ଦୁର୍ଗାପୂଜା ପଡିଆର ଉନ୍ନତି ପାଇଁ ସରକାର ୧ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଙ୍କୁ କମିଟି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।ବୈଠକରେ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା, ଉପସଭାପତି ଯତୀନ ସେଠୀ,କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ସମେତ,ଶୁଭେନ୍ଦୁ ପ୍ରଧାନ, ଗୁଲୁ ମହାନ୍ତି, ଗୁରୁଦେବ ସାହୁ, ସୁଜି ବେହେରା,ଜୟ ପଟ୍ଟନାୟକ,ଅମ୍ବିକା ଦେବତା,ଗିରିଜା ପଟ୍ଟନାୟକ,
ମନୋଜ ପ୍ରଧାନ,ରିତେଶ ଦଳବେହେରା,ଅନିଲ ପଟ୍ଟନାୟକ,ପ୍ରତାପ ମାଝୀ, ଦିଲ୍ଲୀପ ପ୍ରଧାନ ଓ ବିଜୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଚଳିତ ବର୍ଷ ଅମଲାପଡ଼ାରେ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ।
