ଅନୁଗୋଳ ଜିଲ୍ଲାର କଣିହା ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମରେ ମହାଶିବରାତ୍ରି ଉତ୍ସବ ଭକ୍ତି ଓ ଉତ୍ସାହର ସହ ଭବ୍ୟ ଭାବେ ପାଳିତ ହୋଇଛି। ଗ୍ରାମର ପ୍ରାଚୀନ ଶିବମନ୍ଦିର ପରିସର ଭକ୍ତମାନଙ୍କ ଭୀଡ଼ରେ ଠସିଯାଇଥିବା ସହ ସାରା ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଇଥିଲା।
ଏହି ପବିତ୍ର ଅବସରରେ ସିଂହେଶ୍ୱର ଯୁବକ ସଂଘ ପକ୍ଷରୁ ଜଳଛତ୍ର ଓ ଦହିପାଣି ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ତିବ୍ର ଗରମକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ପାଇଁ ଥଣ୍ଡା ପାଣି ଓ ଦହିପାଣି ବଣ୍ଟନ କରାଯାଇଥିଲା, ଯାହାକୁ ସମସ୍ତେ ସ୍ୱାଗତ କରିଥିଲେ। ଯୁବକ ସଂଘର ସଦସ୍ୟମାନେ ଦିନଭରି ସେବାରେ ନିୟୋଜିତ ରହିଥିଲେ।
ସକାଳୁଠାରୁ ଭକ୍ତମାନେ ଉପବାସ ରହି ପ୍ରଭୁ ମହାଦେବଙ୍କ ଦର୍ଶନ ପାଇଁ ଲାଇନ୍ ଲଗାଇଥିଲେ। ଦୀପ ଜ୍ୱାଳନ, ବିଲ୍ୱପତ୍ର ଅର୍ପଣ, ଫୁଲମାଳା ଓ ଜଳାଭିଷେକ ମାଧ୍ୟମରେ ଭକ୍ତମାନେ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ। “ହର ହର ମହାଦେବ” ଧ୍ୱନିରେ ସମଗ୍ର ଅଞ୍ଚଳ ମୁଗ୍ଧ ହୋଇଯାଇଥିଲା।
ସନ୍ଧ୍ୟାବେଳେ ଭଜନ-କୀର୍ତ୍ତନ ଓ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ଭକ୍ତିମୟ ସଙ୍ଗୀତ ଓ ନୃତ୍ୟ ପ୍ରସ୍ତୁତି ଦର୍ଶକମାନଙ୍କୁ ମୋହିତ କରିଥିଲା। ଅଞ୍ଚଳର ପାଖାପାଖି ଗ୍ରାମରୁ ହଜାରୋ ଲୋକ ଏହି ଉତ୍ସବରେ ଯୋଗଦେଇ ଧାର୍ମିକ ମାହୋଲକୁ ଅଧିକ ଉତ୍ସାହମୟ କରିଥ
ତାଳପଦାରେ ଭବ୍ୟ ଭାବେ ପାଳିତ ମହାଶିବରାତ୍ରି – ସିଂହେଶ୍ୱର ଯୁବକ ସଂଘ ପକ୍ଷରୁ ଜଳଛତ୍ର ଓ ଦହିପାଣି ବଣ୍ଟନ
Oplus_16908288 