ଅନୁଗୁଳ :ତା 2/1/2026: ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ର ଖମାର ଅଂଚଳ ଜଣେ ଯୁବକ ସୁମନ୍ତ ଜମିଦାର (23) ଙ୍କର ଏକ ତାରିଖ ରାତ୍ରୀ ରେ ବାଙ୍ଗାଲୋର ର ଡଡାବଲ୍ହାବପୁର ଥାନା ଅଂଚଳ ରେ ମୃତ୍ୟୁ ଘଟିଥିଲା |ଏ ଖବର ତାଙ୍କର ଘର ଲୋକ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ମନୀଷ ପ୍ରଧାନ ଙ୍କୁ ଜଣାଇବା ପରେ ସେ ପାଳଲହଡା ର ବିଧାୟକ ଅଶୋକ ମହାନ୍ତି ଙ୍କୁ ଜଣାଇଥିଲେ |ପାଲଲହଡା ବିଧାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ହସ୍ତକ୍ଷେପ ପରେ ବାଙ୍ଗାଲୋର ର ଏକ ଡାକ୍ତର ଖାନା ରେ ମୃତ ବ୍ୟକ୍ତିର ପୋଷ୍ଟ ମର୍ଟମ ପରେ ବିମାନ ଯୋଗେଁ ଆସନ୍ତା କାଲି ଶନିବାର ସକାଳେ ମୃତ ବ୍ୟକ୍ତି ର ଶବ ଭୁବନେଶ୍ୱର ରେ ପହଂଚିବ |ସେଠାରୁ ପାଳଲହଡା ଖମାର ତାଙ୍କ ଘରକୁ ମୃତ ବ୍ୟକ୍ତି ର ଶବ ପହଂଚିବ ବୋଲି ପ୍ରକାଶ |ପ୍ରକାଶ ଥାଉକି ଏକବର୍ଷ ରୁ ଉର୍ଦ୍ଧ ସମୟ ହେବ ଖମାର ଅଂଚଳ ର ମୃତ ଯୁବକ ସୁମନ୍ତ ଜମିଦାର
ପିତା -ମଙ୍ଗୁଲୁ ଜମିଦାର
ବୟସ -23
ବାଙ୍ଗାଲୋର ଠାରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରିବା ସମୟରେ ଜାନୁଆରୀ ଏକ ତାରିଖ ରାତ୍ରୀ ରେ ମୃତ୍ୟୁବରଣ କରିଥିଲା |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ସହଯୋଗ ରେ ମୃତ ବ୍ୟକ୍ତି ଙ୍କର ଶବ ନିଜ ଗାଁ କୁ ଆସୁ ଥିବାରୁ ସ୍ଥାନୀୟ ଅଂଚଳ ରେ କେନ୍ଦ୍ରମନ୍ତ୍ରୀ ଙ୍କୁ ପରିବାର ଲୋକ ସମେତ ଅଂଚଳ ବାସୀ ଧନ୍ୟବାଦ ଦେବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି |ଓଡିଶା ବାହାରେ ଯେତେବେଳେ ଯାହାର ବିପଦ ଆପଦ ପଡିଲେ କେବଳ ଜଣେ ବ୍ୟକ୍ତି ମନେ ପଡନ୍ତି ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ସ୍ସାରା ଓଡିଶା ରେ ଚର୍ଚ୍ଚା ହେଉଛି |
Dharmendra PradhanAshok Mohanty
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗରେ ବାଙ୍ଗାଲୋର ରୁ ପାଲଲହଡା ଖମାର ଫେରୁଛି ମୃତ ଯୁବକ ସୁମନ୍ତ ର ଶବ
