• Thu. Feb 26th, 2026

ମହାମହିମ_ରାଷ୍ଟ୍ରପତି ଙ୍କୁ ଭେଟିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।

ByAngul Express

Jan 9, 2026

ଗୁରୁବାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଙ୍କୁ ଭାରତ ସରକାର ଙ୍କର ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ସାକ୍ଷାତ କରି ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଶତବାର୍ଷିକୀ ସମାରୋହରେ ଯୋଗଦେବା କୁ ଅନୁରୋଧ କରିବା ସହିତ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଅନୁଗୁଳ ଜିଲ୍ଲା ର ବିଭିନ୍ନ ଉନ୍ନତିମୂଳକ ବିଷୟ ସମ୍ଵନ୍ଧରେ ଆଲୋଚନା କରିଥିଲେ । ଏହି ସାକ୍ଷାତକାରରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋ ଟ୍ରକ୍ ମାଲିକ ସଂଘ ତଥା ନାଲକୋ କଣ୍ଟ୍ରାକ୍ଟର ସଂଘ ର ସଭାପତି ଶ୍ରୀ ମନୋରଞ୍ଜନ ଜେନା, ବିଜେପି ନେତା ତଥା ସମାଜସେବୀ ଶ୍ରୀ ଦୁଃଖବନ୍ଧୁ ସାହୁ, ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଅଶୋକ ଜୈନ, ସଭାପତି ଶ୍ରୀ ଦୀପକ କୁମାର ବର୍ମା, ଉପସଭାପତି ଶ୍ରୀ ବିକ୍ରମ ଅଗ୍ରୱାଲ, ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ତଥା ବିଜେପି ଯୁବମୋର୍ଚ୍ଚା ର ରାଜ୍ୟ ସଂଯୋଜକ ଶ୍ରୀ ଚନ୍ଦ୍ରକାନ୍ତ ଧଳ ମହାମହିମ ରାଷ୍ଟ୍ରପତି ମୋହଦୟା ଙ୍କୁ ସାକ୍ଷାତ କରି ଅନୁଗୋଳ ଓ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠିତ ଥିବା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ର ଅଗ୍ରଗତି ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *