• Thu. Feb 26th, 2026

ବାଲ୍ୟ ବିବାହ ବିରୋଧରେ ଜିଲ୍ଲା ସ୍ତରୀୟ ସାଇକେଲ ରାଲି, ୨୦୩୦ ସୁଦ୍ଧା ହେବ ବାଲ୍ୟ ବିବାହ ମୁକ୍ତ ।

ByAngul Express

Jan 26, 2026

ଅନୁଗୁଳ ୨୬/୦୧/୨୦୨୬ ରିଖ ସକାଳ ୧୦ ଘଟିକା ସମୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିନରେ ଏକ ଜିଲ୍ଲା ସ୍ତରୀୟ ସାଇକେଲ ରାଲୀ ସହର ପରିକ୍ରମା କରିଥିଲେ। ଏହି ରାଲୀ କୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ପ୍ରିତିମୟ ମହୋଦୟ ଉଦ୍‌ଘାଟନ କରିଥିଲେ । ଏହି ରାଲି ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୨୦୩୦ ମସିହା ସୁଧା ଭାରତ କୁ ବାଲ୍ୟ ବିବାହ ମୁକ୍ତ କରିବା। ୭୭ ତମ ଗଣତନ୍ତ୍ର ଦିବସ ଅବସରରେ କଲେକ୍ଟରେଟ ପରିସରରେ ଆୟୋଜିତ ଏହି ରାଲୀ ଆରମ୍ଭ ହୋଇ ଅନୁଗୁଳ ବ୍ଲକ ଅଫିସ୍ ସମ୍ମୁଖରେ ଯାଇ ପୂର୍ନହ କଲେକ୍ଟରେଟ ପରିସରରେ ସମାପ୍ତ ହୋଇଥିଲା । ଏହି ରାଲି ରେ କଲେଜ ଛାତ୍ରୀ ଏବଂ ହାଇସ୍କୁଲ ଛାତ୍ରୀ ରାଲୀ ରେ ଅଂଶଗ୍ରହଣ କରିବା ସହିତ ବାଲ୍ ବିବାହ ବିରୋଧରେ ମଜବୁତ ସନ୍ଦେଶ ପହଞ୍ଚାଇଥିଲେ। ଏହି ମାଧ୍ୟମରେ “ବାଲ୍ ବିବାହ ଏକ ଅପରାଧ” ଓ “ଶିଶୁମାନଙ୍କୁ ଶିଖିବାକୁ ଦିଅ, ସ୍ୱପ୍ନ ଦେଖିବାକୁ ଦିଅ” ବାର୍ତ୍ତା ସାଧାରଣ ଲୋକଙ୍କୁ ପହଞ୍ଚାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣି ଯୋଗଦେଇ ରାଲୀ ପରିଚାଳନା କରିଥିଲେ। ଉକ୍ତ ରାଲୀ ରେ PO-CUM-PO ଶ୍ରୀମତୀ ରୁନୁ ପ୍ରଧାନ, CDPO, DPC Mamata, CWC Member, DHEW Staff ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବାଲ୍ ବିବାହ ବିରୋଧରେ ସମାଜକୁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *