ପାର୍ଲିଆମେଣ୍ଟ ରେ ଉଠାଇବା ସହ ବିଭାଗୀୟ ଅଧିକାରୀ ଙ୍କ ର ଦୃଷ୍ଟି ଆକର୍ଷଣ କରାଯିବ )
ଅନୁଗୁଳ /ତାଳଚେର :ତା 30/01/2026: ତାଳଚେର ସହର ହାଣ୍ଡିଧୂଆଁ ଅଞ୍ଚଳ ରେ ମାଟି ଦବି ବିରାଟ ଗର୍ତ୍ତ ସୃଷ୍ଟି କରିଛି |ଏହାକୁ ନେଇ ସମଗ୍ର ଅଂଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି |ଏହା ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟି ଚାଲିଛି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏ ଘଟଣା ରେ ଗଭୀର ଉଦବେଗ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ସହ କଥା ହୋଇଛନ୍ତି |ଏ ସମସ୍ୟା କୁ ନେଇ ସାଂସଦ ଡିଜି ଏମ ଏସ, ଧାନବାଦ ଙ୍କ ସଙ୍ଗେ କଥା ହୋଇ ଉଦବେଗ ପ୍ରକାଶ କରିଛନ୍ତି, ସେହିପରି ଅନୁଗୁଳ ଜିଲ୍ଲାପାଳ ଅବଦଲ ଅହମଦ ଅଖତାର ଙ୍କ ସହ କଥା ହୋଇଛନ୍ତି ସାଂସଦ | ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେଇ ରାଜ୍ୟ ଜିଓଲୋଜି ବିଭାଗ କୁ ପତ୍ର ଲେଖି ଜଣାଇଛନ୍ତି |ସାଂସଦ ଏମସିଏଲ ର ସିଏମଡି ଅନନ୍ତ ଉଦୟ କାଓଲେଙ୍କ ସହ କଥା ହୋଇଛନ୍ତି |ସିଏମଡି ସିଏମପିଡ଼ିଆଇ ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି ବୋଲି ସାଂସଦ ଙ୍କୁ କହିଛନ୍ତି |ସେହି ସ୍ଥାନରେ ବାଲି ମାଟି ପକାଇ ସମତଳ କାର୍ଯ୍ୟ କରାଯାଉଛି ବୋଲି ଏମସିଏଲ ପ୍ରକାଶ କରିଛି |ବର୍ତ୍ତମାନ ପାର୍ଲିଆମେଣ୍ଟ ଚାଲୁଥିବା କାରଣରୁ ଢେଙ୍କାନାଳ ସାଂସଦ ଉକ୍ତ ସମସ୍ୟା କୁ ପାର୍ଲିଆମେଣ୍ଟ ରେ ଉଠାଇବା ସହ ବିଭାଗୀୟ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି |
